ଜୁଆ ଆଡ୍ଡାରେ ଚଢ଼ଉ,୧୦ ଗିରଫ

କୋଟପାଡ଼,ଏନ୍ଏନ୍ଏସ୍ : ଓଡିଶା-ଛତିଶଗଡ଼ ସୀମା କୋଟପାଡ଼ ଥାନା ଚାନ୍ଦିଲି ଫାଣ୍ଡି ଅଧୀନ ମଲଚାମାଲ୍ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ କୋଟପାଡ଼ ପୁଲିସ୍ ଚଢ଼ଉ କରି ୧୦ ଜୁଆଡିଙ୍କୁ ଗିରଫ କରିଥିବାବେଳେ ୭୧୩୦୦ ଟଙ୍କା,୧୦ଟି ବାଇକ୍ ଓ ୧୦ଟି ମୋବାଇଲ୍ ଜବତ କରିଛି। ଜୁଆଡି ମାନେ ସମସ୍ତେ ଛତିଶଗଡର ବସ୍ତର ଜିଲ୍ଲା ଜଗଦଲପୁର ଓ ନଗରନାର୍ ଅଞ୍ଚଳର ଥିବା ଜଣା ପଡିଛି।