ମଝି ଆକାଶରେ ଧକ୍କା ଲାଗି ୨ ଲଢୁଆ ଜେଟ୍ ଧ୍ୱଂସ

ତାଇପେ,ଏଜେନ୍ସି: ତାଇୱାନ ବାୟୁସେନାର ଦୁଇଟି ଲଢୁଆ ଏଫ୍-୫ଇ ଜେଟ୍ ସୋମବାର ମଝି ଆକାଶରେ ପରସ୍ପର ସହ ଧକ୍କା ଖାଇବା ଫଳରେ ଉଭୟ ବିମାନ ଧ୍ୱଂସ ପାଇ ନିକଟସ୍ଥ ସମୁଦ୍ରରେ ଖସିପଡିଥିବା ଜଣାପଡିଛି। ଚୀନର ଯୁଦ୍ଧବିମାନଗୁଡିକ ତାଇୱାନ ଆକାଶସୀମା ନିକଟରେ ନିୟମିତ ପଇଁତରା ମାରୁଥିବାରୁ ସେମାନଙ୍କୁ ଘଉଡାଇବାକୁ ଏହି ଦୁଇଟି ବିମାନ ଉଡାଣ ଭରିଥିଲେ। ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟଙ୍କୁ ଖୋଜିବାକୁ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି।