ଝାରସୁଗୁଡ଼ାର ୬୦ଟି ସ୍କୁଲର ଭିତ୍ତିଭୂମି ବିକାଶ

ଝାରସୁଗଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ୬୦ଟି ହାଇସ୍କୁଲର ଭିତ୍ତିଭୂମି ବିକାଶ କରାଯିବ। ବେଲପାହାଡ଼ସ୍ଥିତ ଗିରଧାରୀଲାଲ(ଜିଏଲ) ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା ମୋ ସ୍କୁଲ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସାମଲ ମୁଖ୍ୟଅତିିଥି ଭାବେ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୧୮ଟି ଓ ପର୍ଯ୍ୟାୟକ୍ରମେ ଅନ୍ୟ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ ବୋଲି କହିଛନ୍ତି। ଏହି ସ୍କୁଲଗୁଡ଼ିକରେ ସାଇନସ୍ ଲେବ, ଇ -ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ଆଦି ସ୍ଥାପନ କରାଯାଇ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ପ୍ରଣାଳୀର ସମସ୍ତ ସୁବିଧା ଉପଲବ୍ଧ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଅବସରରେ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।