ମା’ ପୁଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା, ଏନ୍ଏନ୍ଏସ୍ : ବ୍ରାହ୍ମଣୀ ନଦୀ କୂଳରୁ ମା’ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଛି। ଗୁଣିଗାରେଡ଼ି ଯୋଗୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଉଭୟ ମା’ ପୁଅ ଗତ ୯ତାରିଖରେ ନିଖୋଜ ଥିଲେ।
ସୂଚନା ଅନୁଯାୟୀ, ଚାନ୍ଦିପୋସ ଥାନା ଅର୍ନ୍ତଗତ ଦାର୍ଯୀନ ଅଚଂଳର ବ୍ରାହ୍ମଣୀ ନଦୀ କୂଳରୁ ଉଭୟ ଓ ମା’ ଓ ପୁଅଙ୍କ ମୃତଦେହ ମିଳିଥିବା ସୂଚନା ମଳିଛି। ମୃତ ମା’ଙ୍କ ନାମ ଗାଙ୍ଗି କେର୍କେଟା, କିନ୍ତୁ ପୁଅର ନାଁ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛ୍ୟଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି।

ମନ ପସନ୍ଦ ଖାଦ୍ୟ ନଦେବାରୁ ମା’କୁ ହତ୍ୟାକଲା ପୁଅ