ଭାରତ-ଇଂଲଣ୍ଡ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା

୩ ନୂଆ ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ୍ ଜାରି ରହିଥିବା ବେଳେ ଆସନ୍ତା କାଲି ଏହାର ପଞ୍ଚମ ତଥା ଶେଷ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପୁନେରେ ଦିନିକିଆ ମ୍ୟାଚ୍ ଆରମ୍ଭ ହେବ। ଏନେଇ ଆଜି ବିସିସିଆଇ ଭାରତୀୟ ଟିମର ଘୋଷଣା କରିଛି। ଯେଉଁଥିରେ ୩ ଜଣ ନୂଆ ଖେଳାଳି ସାମିଲ ଅଛନ୍ତି।

ଏଥିରେ ଦ୍ରୁତଗାମୀ ବୋଲର ପ୍ରସିଦ୍ଧ କୃଷ୍ଣା ଓ କୃନାଲ ପାଣ୍ଡ୍ୟାକୁ ସାମିଲ କରାଯାଇଛି। ସେହିପରି ଗତକାଲି ମ୍ୟାଚରେ ସୁନ୍ଦର ଖେଳ ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରେ ସାମିଲ କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ଶୃଙ୍ଖଳାରେ ସାମିଲ କରାଯାଇଛି। ସେହିପରି ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲଙ୍କୁ ଏଥିରୁ ବାଦ ଦିଆଯାଇଛି। ସେହିପରି ରୋହିତ ଶର୍ମା ଟିମରେ ରହିଛନ୍ତି।

ଭାରତୀୟ ଟିମ୍:
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧୱନ, ଶୁଭମନ ଗିଲ, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋିଷଭ ପନ୍ତ(ୱିକେଟ କିପର୍), କେଏଲ୍ ରାହୁଲ(ୱିକଟେ କିପର), ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, କୃନାଲ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ଟି ନଟରାଜନ, ଭୁବନେଶ୍ୱର କୁମାର, ମୋହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଶାର୍ଦ୍ଦୁଳ ଠାକୁର।