ସେଫ୍ ସଞ୍ଜୀବ କପୁର କରୋନା ସଂକ୍ରମିତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପ୍ରସିଦ୍ଧ ସେଫ୍ ସଞ୍ଜୀବ କପୁର କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଏଥିସହ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ କହିଛନ୍ତି କି ମୁଁ ଡାକ୍ତରଙ୍କ କହିବା ଅନୁସାରେ ନିଜକୁ ଆଇସୋଲେସନର ରଖିଛି। ଏଥିସହିତ କରୋନା ନିୟମର ପାଳନ କରୁଛି। ଭାରତର ବହୁଚର୍ଚ୍ଚିତ ଟିଭି ଶୋ’ ମାଷ୍ଟର ସେଫ୍’ରେ ସଞ୍ଜୀବ କପୁର ଜଜ୍ ରହିଥିଲେ।

ଦେଶରେ ପୁଣି ଥରେ କରୋନା ଭୂତାଣୁ କାୟା ବିସ୍ତାର କରୁଛି। ଗତମାସରେ ରଣବୀର କପୁର, ସଞ୍ଜୟ ଲିଲା ବଂଶାଲି, ମନୋଜ ବାଜପେୟୀ, ସତୀଶ କୌଶିକ, ରିତୁପର୍ଣ୍ଣା ସେନଗୁପ୍ତା ସମେତ ଅନେକ ବଲିଉଡ ଓ ଟିଭି କଳାକାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।