ସିଲଚର,ଏଜେନ୍ସି: ଆସାମର ସିଲଚର ବିମାନବନ୍ଦରରେ ମଙ୍ଗଳବାର ସ୍ପାଇସ୍ଜେଟ ବିମାନ ଭିତରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ବିମାନ ଗୁଆହାଟୀ ଠାରୁ ୧୦୯ ଜଣ ଯାତ୍ରୀଙ୍କୁ ନେଇ ସିଲଚର ଆସିଥିଲା। ପରେ ଏହା ୬୬ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯିବାର ଥିଲା।
ବୟାନରେ କୁହାଯାଇଛି ଯେ, ବିମାନ (ଏସଜେ-୮୧୫୨) ମଧ୍ୟାହ୍ନ ୨ଟାରେ ସିଲଚର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିଥିଲା। ଲ୍ୟାଣ୍ଡିଂ ପରେ ବିମାନର ଏକ ଯାତ୍ରୀ ସିଟ ତଳୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଯେଉଁଥିରେ ବିମାନରେ ବୋମା ଥିବା ଲେଖାଯାଇଥିଲା। ପରେ ସମସ୍ତ ସଂସ୍ଥାକୁ ସତର୍କ କରି ଦିଆଯାଇଥିଲା। ଏଥିସହ ଏ ସମ୍ପର୍କରେ ଆସାମ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ସନ୍ଧ୍ୟା ୬ଟା ୩୦ରେ ବିମାନ ଚେକିଂ କଡ଼ାକଡ଼ି କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ କୋଠାରେ ଅଟକାଇ ଦିଆଯାଇଥିଲା। ସିକ୍ୟୁରିଟି ଚେକ୍ ପରେ ବିମାନ ଉଡିଥିଲା।