୧୨ ବର୍ଷରୁ କମ୍ ଶିଶୁଙ୍କ ଉପରେ ହେବ ମଡର୍ଣ୍ଣା ଟିକାର ମାନବ ପରୀକ୍ଷଣ

ନୂଆଦିଲ୍ଲୀ,ଏଜେନ୍ସି: ୬ ମାସରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ ଉପରେ ମଡର୍ଣ୍ଣା ଟିକା ମାନବ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି। କମ୍ପାନୀର ସୂଚନା ଅନୁସାରେ ଏଥିରେ ଆମେରିକା ଓ କାନାଡାର ୬ ହଜାର ୭୫୦ ସୁସ୍ଥ ପିଲାଙ୍କୁ ସାମିଲ କରାଯିବ। ଏହା ପୂର୍ବରୁ ମଡର୍ଣ୍ଣା ଟିକା ୧୨ରୁ ୧୭ ବର୍ଷ ବୟସ ପିଲାଙ୍କଠାରେ ପରୀକ୍ଷା ସରିଛି, ହେଲେ ଫଳାଫଳ ଘୋଷଣା କରାଯାଇନାହିଁ।

ଏହି ପରୀକ୍ଷାରେ ସାମିଲ ହୋଇଥିବା ପିଲାମାନଙ୍କୁ ୨୮ ଦିନ ବ୍ୟବଧାନରେ ଟିକାର ୨ଟି ଡୋଜ୍ ଦିଆଯିବ। କମ୍ପାନୀ ସୂଚନା ଅନୁସାରେ ପ୍ରତ୍ୟେକ ଡୋଜ୍ ୫୦-୧୦୦ ମାଇକ୍ରୋଗ୍ରାମ ହେବ। ସେହିପରି ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ୨୫, ୫୦ ଓ ୧୦୦ ମାଇକ୍ରୋଗ୍ରାମ ଦିଆଯିବ। ଏଥିସହିତ ଦ୍ୱିତୀୟ ଟିକାକରଣ ପରେ ବିଶେଷଜ୍ଞଙ୍କ ଦ୍ୱାରା ଟିକାର ପ୍ରଭାବ ଏକବର୍ଷ ପର୍ଯ୍ୟନ୍ତ ଯାଞ୍ଚ କରାଯିବ।