ଏପ୍ରିଲରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ଏପ୍ରିଲ ୨୬ରେ ଭାରତ ଗସ୍ତରେ ଆସିବେ। ବ୍ରିଟେନ୍ ୟୁରୋପୀୟ ସଂଘ ଛାଡ଼ିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ବିଦେଶ ଗସ୍ତ। ବ୍ରିଟିଶ ପାର୍ଲାମେଣ୍ଟରେ ଜନସନ ଏହା ଘୋଷଣା କରି କହିଛନ୍ତି, ମୁଁ ଆନନ୍ଦର ସହ ଘୋଷଣା କରୁଛି ଯେ, ଆସନ୍ତା ମାସରେ ଭାରତ ଗସ୍ତରେ ଯିବି। ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ସହ ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ଭାରତ ଗସ୍ତରେ ଯିବେ ବୋଲି ଜନସନ କହିଛନ୍ତି। ଏହି ଭାରତ ଗସ୍ତ ସମୟରେ ଜନସନ ପୁନେ ଗସ୍ତରେ ଯିବେ ବୋଲି ଆଶା କରାଯାଉଛି।