ଘରୋଇକରଣ ବିରୋଧରେ ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,ଏଜେନ୍ସି: କର୍ମଚାରୀ ସଂଗଠନର ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ଆଜିଠାରୁ ୨ ଦିନ ବ୍ୟାଙ୍କ ସେବା ପ୍ରଭାବିତ ହେବ। ନ୍ୟୁ ୟୁନିୟନର ସମ୍ମିଳିତ ସଂଗଠନ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କିଙ୍ଗ ୟୁନିୟନର ବୟାନ ଅନୁସାରେ ପ୍ରସ୍ତାବିତ ଘରୋଇକରଣ ବିରୋଧରେ ବ୍ୟାଙ୍କଗୁଡ଼ିକର ପାଖାପାଖି ୧୦ ଲକ୍ଷ କର୍ମଚାରୀ ଓ ଅଧିକାରୀ ଧର୍ମଘଟ ସହିତ ଜଡ଼ିତ ରହିବେ। ସରକାରୀ ବ୍ୟାଙ୍କ ଗୁଡ଼ିକ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ। ଏହି ଧର୍ମଘଟରେ ବ୍ୟାଙ୍କରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ଚେକ କ୍ଲିୟରାନ୍ସ ଓ ଋଣ ସ୍ୱୀକୃତି ଭଳି କାମ ବନ୍ଦ ରହିବ। କିନ୍ତୁ ଆଶ୍ୱସ୍ତିକର ଖବର ହେଲା ଯେ, ଘରୋଇ ବ୍ୟାଙ୍କ ଗୁଡ଼ିକ ଚାଲୁ ରହିବ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟ ସରକାରୀ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ସୂଚିତ କରିଛି ଯେ, ଯଦି ଧର୍ମଘଟ ହେବ, ସେମାନଙ୍କର ଶାଖା ଓ କାର୍ଯ୍ୟାଳୟ ପ୍ରଭାବିତ ହେବ।