ଅମରାବତୀ, ଏଜେନ୍ସି: ଆନ୍ଧ୍ରପ୍ରଦେଶ ପୌର ନିର୍ବାଚନରେ କ୍ଷମତାସୀନ ଜଗନ ରେଡ୍ଡିଙ୍କ ନେତୃତ୍ୱାଧୀନ ୱାଇଏସ୍ଆର କଂଗ୍ରେସ ଦଳର ବିପୁଳ ବିଜୟ ଘଟିଛି। ୭୫ ମ୍ୟୁନିସିପାଲିଟି ମଧ୍ୟରୁ ୱାଇଏସ୍ଆର କଂଗ୍ରେସ ୭୪ଟିରେ ବିଜୟୀ ହୋଇଥିବାବେଳେ ୧୨ଟି କର୍ପୋରେସନରେ ବିଜୟୀ ହେବାକୁ ଯାଉଛି। କର୍ପୋରେସନ ଗୁଡିକରେ ଭୋଟଗଣତି ଚାଲିଥିବାବେଳେ ୱାଇଏସ୍ଆର କଂଗ୍ରେସ ସବୁଥିରେ ବିରୋଧୀଙ୍କଠାରୁ ଯଥେଷ୍ଟ ଆଗୁଆ ରହିଛି। ଏହି ନିର୍ବାଚନ ନିମନ୍ତେ ମାର୍ଚ୍ଚ ୧୦ରେ ଭୋଟଗ୍ରହଣ କରାଯାଇଥିଲା।