ଅହମ୍ମଦାବାଦ, ଏଜେନ୍ସି: ଭାରତ -ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ନିମନ୍ତ୍ରିତ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଇଂଲଣ୍ଡ ୬ ୱିକେଟ ହରାଇ ୧୬୪ ରନ କରିପାରିଥିଲା। ୧୬୫ରନର ଟାର୍ଗେଟକୁ ଭାରତ ୧୭ ଓଭର ୫ବଲରେ ପୂରଣ କରିପାରିଥିଲା। ଭାରତ ମାତ୍ର ୩ ୱିକେଟ ହରାଇ ବିଜୟ ହାସଲ କରି ପ୍ରଥମ ମ୍ୟାଚର ପ୍ରତିଶୋଧ ନେଇଛି। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୪୯ ବଲରୁ ସର୍ବାଧିକ ୭୩ ରନ କରିଥିବା ବେଳେ ଡେବ୍ୟୁ ମାଚରେ ଈଶାନ କିଶନ ୩୨ ବଲରୁ ୫୬ରନର ଅର୍ଦ୍ଧଶତକୀୟ ପାରିଖେଳି ଭାରତର ବିଜୟକୁ ସହଜ କରିଥିଲେ।