ରାୟପୁର,ଏଜେନ୍ସି: ଛତିଶଗଡର ବସ୍ତର ଜିଲ୍ଲାରେ ବାଘଛାଲ ରଖିଥିବା ଅଭିଯୋଗରେ ୫ ଜଣ ପୁଲିସ କର୍ମଚାରୀଙ୍କ ସହ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୁଲିସ ଆଉ ଦୁଇଜଣ ସହକାରୀ ସବ୍-ଇନିିସପେକ୍ଟରଙ୍କୁ ଅଟକ ରଖି ଜେରା କରୁଛି। ଶୁକ୍ରବାର ସକାଳେ ସମସ୍ତ ଅଭିଯୁକ୍ତଙ୍କୁ ଜଗଦଲପୁର ସହରରୁ ଗିରଫ କରାଯାଇଛି। ଧନପ୍ରାପ୍ତି ଆଶାରେ ଏମାନେ ବାଘଛାଲ ଉପରେ ବସି ପୂଜାର୍ଚ୍ଚନା କରିବାକୁ ଚିନ୍ତା କରୁଥିବା ସ୍ୱୀକାର କରିଛନ୍ତି।