ଓପିଜିସିର ନୁଆ ଏମଡି ହେଲେ ପ୍ରଶାନ୍ତ କୁମାର ମହାପାତ୍ର

ଝାରସୁଗୁଡା,ଏନ୍ଏନ୍ଏସ୍: ଇବ ଥର୍ମାଲ ବନହରପାଲିସ୍ଥିତ ତାପଜ ବିଦ୍ୟୁତ୍ କେନ୍ଦ୍ର ଓଡିଶା ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି)ର ନୂତନ ପରିଚାଳନା ନିର୍ଦ୍ଦେଶକ ହେଲେ ପ୍ରଶାନ୍ତ କୁମାର ମହାପାତ୍ର। ଓପିଜିସିରୁ ଏଇଏସ କମ୍ପାନୀ ନିଜକୁ ପ୍ରତ୍ୟାହାର କରିନେବା ପରେ ଓପିଜିସିରେ ପରିଚାଳକ ନିର୍ଦ୍ଦେଶକ ପଦବୀ ସମେତ ନିର୍ଦ୍ଦେଶକ (ଅପରେସନ) ଓ ପ୍ରୋଜେକ୍ଟ ମୁଖ୍ୟ ପଦବି ଖାଲିପଡିଥିଲା। ଏନେଇ ଓଡିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାପରେ ଦୀର୍ଘ ଦିନରୁ ଖାଲିପଡିଥିବା ପରିଚାଳନା ନିର୍ଦ୍ଦେଶକଙ୍କ ପଦବୀରେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଧାନ କରାଯାଇଛି। ଏଇଏସ କମ୍ପାନୀ ଓପିଜିସିରୁ ବାହରିଲା ପରେ ଶ୍ରୀ ମହାପତ୍ର ପ୍ରଥମ ବ୍ୟକ୍ତି ଭାବରେ ଓପିଜିସିର ପରିଚାଳନା ନିର୍ଦ୍ଦେଶକର ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତମାନ ଓପିଜିସି ସମ୍ପୁର୍ଣ୍ଣ ଭାବରେ ଓଡିଶା ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।