ଫୁଲବାଣୀ,ଏନ୍ଏନ୍ଏସ୍: ଶୁକ୍ରବାର କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି କରୋନା ଭ୍ୟାକ୍ସିନ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେଇଛନ୍ତି। ସେହିଭଳି ଜିଲ୍ଲାର ଅନ୍ୟ କେତେକ ଅଧିକାରୀମାନେ ମଧ୍ୟ ଦ୍ୱିତୀୟ ଡୋଜ୍ ନେଇଛନ୍ତି। ଆଜି ଜିଲ୍ଲାର ବିଭିନ୍ନ ଟିକାକରଣ କେନ୍ଦ୍ରରେ ସମୁଦାୟ ୧୨୭୩ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି। ଭିନ୍ନଭିନ୍ନ ପର୍ଯ୍ୟାୟରେ ଚାଲିଥିବା ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଜିପର୍ଯ୍ୟନ୍ତ ସମଗ୍ର ଜିଲ୍ଲାର ୧୨ ଟି ବ୍ଲକ୍ରେ ୨୨ ହଜାର ୮୯୯ ଜଣଙ୍କୁ ଟିକା ଦିଆଯାଇଥିବା ଜଣାପଡ଼ିଛି। ଏଥି ମଧ୍ୟରେ ୭୧୦୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୫୯୨୭ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୩୪୬ ଜଣ ଆଗ ଧାଡିର ସରକାରୀ କର୍ମଚାରୀଙ୍କୁ ପ୍ରଥମ ଡୋଜ ଏବଂ ୧୨୨୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ସେହିଭଳି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୪୦୦୮ ଜଣ ୬୦ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ କୋଭିଡ ଟିକା ଗ୍ରହଣ କରିଛନ୍ତି। ୪୫ରୁ ୬୦ ବର୍ଷ ଭିତରେ ଜଟିଳ ରୋଗ ଭୋଗୁଥିବା ୨୮୬ ଜଣଙ୍କୁ ମିଲିଛି କରୋନା ଟିକା। ସୂଚନା ଅନୁସାରେ ଗତ ଚାରିଦିନ ହେଲା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୂନ ରହିଛି।