ନୂଆଦିଲ୍ଲୀ,ଏଜେନ୍ସି: କରୋନା ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଘଟଣା ତାତି ବର୍ତ୍ତମାନ ନିର୍ବାଚନୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜୋର ଧରିଛି। ଏହି ମଧ୍ୟରେ ନିର୍ବାଚନୀ କ୍ଷେତ୍ରରେ କୋଭିଡ ସାର୍ଟିଫିକେଟରେ ମୋଦୀଙ୍କ ଫଟୋ ରହିବ ନାହିଁ। ଭାରତୀୟ ନିର୍ବାଚନୀ ଆୟୋଗ କମିଟିର ନିର୍ଦ୍ଦେଶ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି।
ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପୁଡୁଚେରି ଓ ଆସାମରେ କୋଭିଡ ଟିକା ନେବା ପରେ ମିଳିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଖିବାକୁ ମିଳିବ ନାହିଁ। ଏନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଆୟୋଗରେ ଅଭିଯୋଗ କରାଯାଇଥିଲା। ତୃଣମୂଳ କଂଗ୍ରେସ ଏହା ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରିଥିଲା। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ଆଗଧାଡ଼ିର କର୍ମୀଙ୍କ ଶ୍ରେୟକୁ ହାତେଇବା ସହ ନିଜ ବଳର ଦୂରୁପଯୋଗ କରୁଥିବା ଅଭିଯୋଗ ହୋଇଥିଲା।