ଜମ୍ମୁ,ଏଜେନ୍ସି: ଜମ୍ମୁରେ ବେଆଇନଭାବେ ବାସ କରୁଥିବା ୧୬୮ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ରବିବାର ଗିରଫ କରି ହୀରାନଗର ଜେଲକୁ ପଠାଯାଇଛି। ବୈଧ କାଗଜପତ୍ର ନଥାଇ ଏଠାରେ ବାସ କରୁଥିବା ବିଦେଶୀ ନାଗରିକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଉଛି। ରୋହିଙ୍ଗ୍ୟାମାନେ ମୁସଲମାନ ସଂପ୍ରଦାୟର ହୋଇଥିବାବେଳେ ମିଆଁମାରର ମୂଳ ବାସିନ୍ଦା। ତେବେ ମିଆଁମାର ସେନାର ଅକଥନୀୟ ଅତ୍ୟାଚାର ପରେ ଲକ୍ଷାଧିକ ରୋହିଙ୍ଗ୍ୟା ଦେଶ ଛାଡି ବାଂଲାଦେଶ ଓ ଭାରତକୁ ପଳାଇ ଆସି ବେଆଇନଭାବେ ବସବାସ କରୁଛନ୍ତି।