ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଉ ଏକ ବଡ଼ ସମ୍ମାନ: ବିଶ୍ୱ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁକ୍ରବାରରେ ଆଉ ଏକ ବଡ଼ ସମ୍ମାନ ପାଇବାକୁ ଯାଉଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେରାବିକ ବିଶ୍ୱ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ପ୍ରଦାନ କରାଯିବ। କେମ୍ବ୍ରିଜ୍ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ (ସେରାବିକ) ପକ୍ଷରୁ ମୋଦୀଙ୍କୁ ଏହି ସମ୍ମାନ ଦିଆଯିବ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଆଜି ଭିଡିଓ କନଫରେନି୍ସଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମାନ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ସେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।

୨୦୧୬ ମସିହାରେ ବିଶ୍ୱ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଆରମ୍ଭ କରାଯାଇଥିଲା। ବିଶ୍ୱ ଶକ୍ତି ଏବଂ ପରିବେଶ କ୍ଷେତ୍ରରେ ପ୍ରତିବଦ୍ଧ ନେତୃତ୍ୱ ପାଇଁ ଏହି ଆନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଉଛି।

ଡାକ୍ତର ଡାନିଏଲ୍ ୟର୍ଗିନଙ୍କ ଦ୍ୱାରା ୧୯୮୩ରେ ସେରାବିକ୍ ସ୍ଥାପନ କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ସେରାବିକ ହ୍ୟୁଷ୍ଟନରେ ଆୟୋଜିତ ହେଉଛି। ସେରାବିକକୁ ବିଶ୍ୱର ବୃହତ୍ତମ ଶକ୍ତି ଫୋରମ୍ ମଧ୍ୟରେ ଗଣନା କରାଯାଏ। କରୋନା ମହାମାରୀ ହେତୁ ଚଳିତ ବର୍ଷ ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଡିଜିଟାଲ୍ ମାଧ୍ୟମରେ ଏହା ସଂଗଠିତ ହେଉଛି। ଆଜି ସେରାବିକ ସପ୍ତାହର ଶେଷ ଦିନ। ବିଶ୍ୱ ଶକ୍ତି ଏବଂ ପରିବେଶ କ୍ଷେତ୍ରରେ କରାଯାଇଥିବା ଭଲ କାର୍ଯ୍ୟ ପାଇଁ ଏହି ସମ୍ମାନ ଦିଆଯାଏ। ୨୦୨୧ ପୁରସ୍କାର ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମନୋନୀତ କରାଯାଇଛି।