ସୁସ୍ମିତା ଦାଶଙ୍କ ନୂଆଗୀତ ‘ଆଇଗିରି ନନ୍ଦିନୀ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁରୁବାର ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାଶ ତାଙ୍କର ଏକ ଗୀତ ‘ଆଇଗିରି ନନ୍ଦିନୀ’ ମହିଳା ଦିବସ ଉପଲକ୍ଷେ ଓଡ଼ିଶାର ଶ୍ରୋତାମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଣ୍ଠଶିଳ୍ପୀ ସୁସ୍ମିତା ଦାଶ, ଅଭିନେତ୍ରୀ ସୁରମୟୀ ମହାପାତ୍ର, ସଂଯୋଜକ ଦେବ ମେହେର ପ୍ରମୁଖ ଉପସ୍ଥିତ ରହି ମହିଳା ସଶକ୍ତୀକରଣ, ମହିଳାଙ୍କ ସମାଜ ପ୍ରତି ଅବଦାନକୁ ମୁଖ୍ୟତଃ ଗୀତିକାର ସୁମୀତ ଦୀକ୍ଷିତ ଗୁରୁତ୍ୱ ଦେଇଛନ୍ତି। ଏଥିପୂର୍ବରୁ କଣ୍ଠଶିଳ୍ପୀ ସୁସ୍ମିତା ଦାଶ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ଓ ଓଡ଼ିଶାର କଳା-ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅନେକ ଗୀତ ଗାଇଛନ୍ତି। ନିକଟରେ ‘ଶୀତ ଉପରେ ଶୀତ ଫେରିଲା, ଭାଲେଣ୍ଟାଇନ୍ ଡେ’ ଉପଲକ୍ଷେ ‘ତୁମେ ଥରୁଟେ ଛୁଇଁଦେଲା ପରେ’ ମୁକ୍ତିଲାଭ କରି ୧୦ ମିଲିୟନ୍ ଦର୍ଶକଙ୍କ  ବେଶ୍ ଆଦୃତ ହୋଇସାରିଛି। ଓଡ଼ିଶା ଟ୍ରାଇବାଲ୍ ଫୋକ୍ ଉପରେ ଏକ ଗୀତ ଅତିଶୀଘ୍ର ମୁକ୍ତିଲାଭ କରିବାର ଯୋଜନା ରହିଛି।