ଆତ୍ମହତ୍ୟା କରିଥିଲେ ମୋନିକା ଯୋଶୀ : ଏସପି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ମୋନିକା ଯୋଶୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ। ମୋନିକାଙ୍କୁ ହତ୍ୟା କରାଯାଇ ନାହିଁ। ସେ ଆତ୍ମହତ୍ୟା କରିଥିଲେ ବୋଲି ଆଜି ଝାରସୁଗୁଡା ଜିଲ୍ଲା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୋନିକାଙ୍କ ଘରୁ ଜବତ ହୋଇଥିବା ଚିଠି, ବ୍ୟବଚ୍ଛେଦ ରିପୋର୍ଟ, ମୋନିକାଙ୍କ ସାଙ୍ଗର ବୟାନ, ବ୍ରଜରାଜନଗର ରେଳ ଷ୍ଟେସନର ସିସିଟିଭି ଫୁଟେଜକୁ ଆଧାରକରି ମୋନିକା ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ସିଦ୍ଧାନ୍ତରେ ପହଞ୍ଚିଛି । ମୋନିକାଙ୍କ ଘରୁ ମିଳିଥିବା ଚିଠି ଅନୁସାରେ ତାଙ୍କ ମୃତ୍ୟୁପାଇଁ କେହି ଦାୟୀ ନୁହନ୍ତି ବୋଲି ଉଲ୍ଲେଖ ରହିଥିଲା। ସେହିପରି ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମୃତ୍ୟୁରକାରଣ ଫଲେନ ଡାଉନ ଆସିଥିଲା। ଆର୍ଥିକ ଅସୁବିଧା ଯୋଗୁଁ ମୋନିକା ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଏସପି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏଯାଏଁ କେଶଟି ବନ୍ଦ ହୋଇନାହିଁ। କାରଣ ମୋନିକାଙ୍କ ଘରୁ ଜବତ ହୋଇଥିବା ଚିଠି ମୋନିକା ନିଜେ ଲେଖିଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଚିଠିଟିକୁ ଭୁବନେଶ୍ୱରସ୍ଥିତ ଫରେନ୍ସିକ ଲେବକୁ ପଠାଯାଇଛି। ସେଠାରେ ମୋନିକାଙ୍କ ହସ୍ତାକ୍ଷର ସହ ଚିଠିର ହସ୍ତାକ୍ଷର ମିଶିବାପରେ କେଶଟି କ୍ଲୋଜ କରାଯବ।


ପ୍ରକାଶ ଯୋଗ୍ୟଯେ, ବ୍ରଜରାଜନଗର ଇବରେଳ ଷ୍ଟେସନ ନିକଟରୁ ଗତ ୧୦ ତାରିଖ ମୋନିକାଙ୍କ ମୃତଦେହ ପଡ଼ିଥିବା ସାଉଥବିହାର ଏକ୍ସପ୍ରେସର ଡ୍ରାଇଭର ବ୍ରଜରାଜନଗର ରେଳ ଷ୍ଟେସନରେ ଜଣାଇଥିଲୋ । ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏହାସହ ଜିଆରପି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ମୋନିକାଙ୍କ ପରିବାର ଲୋକେ ଏହା ଅପମୃତ୍ୟୁ ନୁହେଁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବାପରେ ବ୍ରଜରାଜନଗର ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।