ପଦ୍ମପୁର ସରକାରୀ ଚିକିତ୍ସାଳୟରେ ଟିକାକରଣ

ପଦ୍ମପୁର,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ଚିକିତ୍ସାଳୟ ପରିସରରେ ବରିଷ୍ଠ ନାଗରିକଙ୍କୁ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା କରୋନା ଟିକା ନେବାସହିତ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଟିକା ନେବାପାଇଁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ପଦ୍ମପୁର ସହରାଞ୍ଚଳ ବରିଷ୍ଠ ନାଗରିକ, ଓକିଲ ସଂଘର ବରିଷ୍ଠ ସଦସ୍ୟଙ୍କୁ ଟିକାକରଣ କରାଯାଇଥିଲା। ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏହି କାର୍ଯ୍ୟକ୍ରମକୁ ନିରିକ୍ଷଣ କରିଥିଲେ ।