ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କରୋନା ଟିକା ଲଗାଇଛନ୍ତି। କେଜ୍ରିୱାଲଙ୍କ ସହ ତାଙ୍କ ପିତା-ମାତା ମଧ୍ୟ ଟିକା ଲଗାଇଛନ୍ତି। କେଜ୍ରିୱାଲ ଓ ତାଙ୍କ ପରିବାରକୁ ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ‘କୋଭିସିଲ୍ଡ’ ଟିକା ଲଗାଯାଇଥିବା ଜଣାପଡ଼ିଛି। ତାଙ୍କ ପିତା-ମାତାଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ନିଜେ କେଜ୍ରିୱାଲ କୋ-ମାର୍ବିଡ। ସେଥିପାଇଁ କେଜ୍ରିୱାଲଙ୍କୁ ୬୦ ବର୍ଷ ହୋଇନଥିଲେ ମଧ୍ୟ ଟିକା ଦିଆଯାଇଛି।
ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ନରେନ୍ଦ୍ର ମୋଦୀ ଦିଲ୍ଲୀର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା ପହଞ୍ଚି ଟିକା ନେଇଥିଲେ। ୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀସ୍ଥିତ ସେନାର ଆରଆର ହସ୍ପିଟାଲରେ ଟିକା ଲଗାଇଛନ୍ତି।