ନୂଆଦିଲ୍ଲୀ,ଏଜେନ୍ସି: ଶେଷ ହେଲା ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ହ୍ୟୁାମାନ୍ ଟ୍ରାଏଲ୍। ୩ୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଟିକା କରୋନାକୁ ପ୍ରତିହତ କରିବା ଦିଗରେ ୮୧ ପ୍ରତିଶତ ଫଳପ୍ରଦ ହୋଇଥିବା ଜଣାପଡିଛି।
ଏନେଇ ପ୍ରେସମିଟ୍ କରି ଭାରତ ବାୟୋଟେକର ଚେୟାରମ୍ୟାନ ଡା. କ୍ରିଷ୍ଣା ଇଲା ସୂଚନା ଦେଇଛନ୍ତି। ତେବେ ତୃତୀୟ ପର୍ଯ୍ୟାୟରେ ଏହି ଟିକା ୨୫,୮୦୦ ଜଣଙ୍କ ଠାରେ ପରୀକ୍ଷା କରାଯାଇଥିଲା।
ଏହି ଟିକା ଅନ୍ୟ କରୋନା ଟିକା ତୁଳନାରେ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏବଂ ଏହି ଟିକା ନେବା ପାଇଁ ବର୍ତ୍ତମାନ ଦେଶବାସୀଙ୍କ ମନରେ କୌଣସି ଦ୍ୱନ୍ଦ ରହିବା ଉଚିତ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।