ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ମହାନଗର ନିଗମ (ଏମସିଡି) ଉପ-ନିର୍ବାଚନର ଫଳାଫଳ ବୁଧବାର ଆସିଛି। ଫେବୃଆରୀ ୨୮ରେ ଦିଲ୍ଲୀ ଏମସିଡିର ପାଞ୍ଚଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରୁ ଆମ୍ ଆଦମୀ ପାର୍ଟି ବୁଧବାର ଅନୁଷ୍ଠିତ ଭୋଟ୍ ଗଣନାରେ ୪ଟି ସିଟ୍ ଜିତିଛି। ଏଥି ସହ ପଞ୍ଚମ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଛନ୍ତି। ଏହି ବିଜୟ ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଦଳର ନେତା ମନୀଷ ସିସୋଦିଆ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସିସୋଦିଆ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜୟ ଘୋଷଣା କରି ଦଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସିସୋଦିଆ କହିଛନ୍ତି କି, ‘ଯେଉଁଭଳି ଭାବରେ ଦିଲ୍ଲୀର ଲୋକମାନେ ମହାନଗର ନିଗମ ଉପ-ନିର୍ବାଚନରେ ୫ଟି ଆସନ ମଧ୍ୟରୁ ୪ଟି ଆସନ ଦେଇ ଅରବିନ୍ଦ କେଜ୍ରିୱାଲ ଜୀ ରାଜନୀତିରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି, ଏଥିରୁ ସ୍ପଷ୍ଟ ଯେ ଲୋକମାନେ ବର୍ତ୍ତମାନ ଚାହୁଁଛନ୍ତି ଯେ ବିଜେପି ସମ୍ପୂର୍ଣ୍ଣ ସ୍ୱିପ୍ ହୋଇଯାଉ।
ସେ କହିଛନ୍ତି ଯେ ‘ଆସନ୍ତା ବର୍ଷ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ହେବ, ଓ ଏଥିରେ ବି ସମାନ ପରିସ୍ଥିତି ହେବ। ବିଜେପି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହେବ ଏବଂ ଦିଲ୍ଲୀର ଲୋକମାନେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିବେ।
ସିସୋଦିଆ ଏକ ଟୁଇଟରେ ଲେଖିଛନ୍ତି ଯେ ଏମସିଡି ଉପ-ନିର୍ବାଚନରେ ୫ଟି ଆସନ ମଧ୍ୟରୁ ୪ ଟି ଜିତିଥିବାରୁ ଆମ୍ ଆଦମୀ ପାର୍ଟି କର୍ମୀଙ୍କୁ ଅଭିନନ୍ଦନ। ବିଜେପିର ଶାସନରେ ଏବେ ଦିଲ୍ଲୀର ଲୋକମାନେ ଦୁଃଖିତ। ଆସନ୍ତା ବର୍ଷର ଏମସିଡି ନିର୍ବାଚନରେ ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ବାଚିତ କରିବେ ବୋଲି ସିସୋଦିଆ କହିଛନ୍ତି।