ନୂଆଦିଲ୍ଲୀ,ଏଜେନ୍ସି: ବୁଧବାର ଶିକ୍ଷା କ୍ଷେତ୍ର ସହ ଜଡିତ ଏକ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନୂତନ ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଭାଷାର ବ୍ୟବହାରକୁ ଉତ୍ସାହିତ କରାଯାଇଛି। ଭାରତୀୟ ଭାଷାରେ କିପରି ବିଶ୍ୱର ସର୍ବୋତ୍ତମ ବିଷୟବସ୍ତୁ ଉପଲବ୍ଧ କରାଇ ହେବ ତାହା ପ୍ରତ୍ୟେକ ଭାଷାର ବିଶେଷଜ୍ଞଙ୍କ ଦାୟିତ୍ୱ ଅଟେ। ଏଥିସହିତ ସେ କହିଛନ୍ତି, ‘ଆମକୁ ଭାରତର ସମସ୍ତ ଲୋକଙ୍କ ପ୍ରତିଭାକୁ ବଞ୍ଚାଇବାକୁ ହେବ ଏବଂ ଭାଷାଗତ ପ୍ରତିବନ୍ଧକକୁ ଶେଷ କରିବା ଅତ୍ୟନ୍ତ ଜରୁରୀ ଅଟେ। ଜାତୀୟ ଶିକ୍ଷା ନୀତି ଏହାକୁ ସହଜ କରିଥାଏ। ଏହାକୁ ନିଶ୍ଚିତ କରିବା ପାଇଁ ଜାତୀୟ ଭାଷା ଅନୁବାଦ ମିଶନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ପ୍ରାଥମିକରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଆମକୁ ଭାରତୀୟ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ ପଡ଼ିବ, ଯାହାଦ୍ୱାରା ଭାଷା ଯୋଗୁଁ କୌଣସି ଗରିବ ପ୍ରତିଭା ମରିବ ନାହିଁ। ବିଶ୍ୱର ଚାହିଦାକୁ ଦୃଷ୍ଟିରେ ରଖି ଆମକୁ ଦେଶରେ ଦକ୍ଷତା ପ୍ରସ୍ତୁତ କରିବାକୁ ପଡିବ, ଯାହାଫଳରେ ଯୁବକମାନେ ବିଶ୍ୱ ସ୍ତରରେ କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ।
ଆତ୍ମନିର୍ଭରଶୀଳ ଭାରତ ପାଇଁ ଯୁବକମାନଙ୍କ ଆତ୍ମବିଶ୍ୱାସ ଜରୁରୀ। ସେହିପରି ନିଜ ଉପରେ ଆତ୍ମବିଶ୍ୱାସ ଆସିବ ସେତେବେଳେ, ଯେତେବେଳେ ଯୁବକମାନେ ସେମାନଙ୍କର ଶିକ୍ଷା, ଦକ୍ଷତା ଏବଂ ଜ୍ଞାନ ଉପରେ ବିଶ୍ୱାସ ରଖିବେ।