ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଆଜି ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ସୀମା ଆତଙ୍କବାଦ ଶେଷ ନହେବା ପର୍ଯ୍ୟନ୍ତ, ମୁଁ ଭାବୁ ନାହିଁ ଯେ ପାକିସ୍ତାନ ସହିତ କୌଣସି ପ୍ରକାରର ସମ୍ପର୍କ ରହିବା ଉଚ୍ଚିତ୍। ଏପରିକି ଭାରତ ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍ ଖେଳିବା ମଧ୍ୟ ଉଚିତ ନୁହେଁ। ଏଥିସହ ସେ କହିଛନ୍ତି କି, ସେନା କର୍ମଚାରୀଙ୍କ ଜୀବନ ଆମ ପାଇଁ ଅଧିକ ଗୁରୁତ୍ୱ, ଖେଳ ତ ବହୁତ ଛୋଟ କଥା।
ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନର ଦଳ କେବଳ ଆଇସିସି ଏବଂ ଏସିସି ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ଖେଳୁଛନ୍ତି।