ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମାର୍ଚ୍ଚ ପହିଲାରୁ ୨୨ଟି ହସ୍ପିଟାଲରେ ଟିକାକରଣ ଆରମ୍ଭ ହେଉଛି। ଏଥିରେ ୧୦ଟି ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ହସ୍ପିଟାଲରେ ସାଧାରଣ ଲୋକେ ମଧ୍ୟ ନାମ ପଞ୍ଜୀକରଣ କରି ଟିକା ନେଇ ପାରିବେ।
ଏହି କରୋନା ଟିକା ଡୋଜ୍ ପିଛା ୨୫୦ ଟଙ୍କା ରଖାଯାଇଛି। ସର୍ଭିସ ଚାର୍ଜ ଶହେ ଟଙ୍କାକୁ ମିଶାଇ କରୋନା ଟିକାର ମୂଲ୍ୟ ୨୫୦ ଟଙ୍କା ଧାର୍ଯ୍ୟ ହୋଇଛି। ପଞ୍ଜିକୃତ ବ୍ୟକ୍ତି ନିର୍ଦ୍ଧାରିତ ମୂଲ୍ୟ ଦେଇ ଟିକା ନେଇପାରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପୂର୍ବଭଳି ସରକାରୀ ହସ୍ପିଟାଲରେ ମାଗଣାରେ କରୋନା ଟିକା ଦିଆଯିବ।