ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀକୁ ଏକ ବର୍ଷ ବିତିବାକୁ ଯାଉଥିବା ବେଳେ ଏନେଇ ଦେଶରେ ଟିକାକରଣ ଆରମ୍ଭ ହୋଇଛି। ହେଲେ ପୁଣି ଥରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଦେଶରେ ଲକଡାଉନ କଟକଣା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି ହୋଇଛି।

ଜିଲ୍ଲାପାଳ ଓ ସ୍ଥାନୀୟ ଅଧିକାରୀ ସତର୍କତାର ସହିତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ। ଜନ ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାତ୍ରା ପାଇଁ କଟକଣା କୋହଳ କରାଯାଇଛି। ଜିଲ୍ଲାପାଳ ଓ କମିସନରଙ୍କ ଅନୁମତି ନେଇ ଯାତ୍ରା ପରିବେଷଣ ହେବ ଓ ଏନେଇ ସର୍ବାଧିକ ୨ ହଜାର ଦର୍ଶକଙ୍କ ଅନୁମତି ମିଳିଛି। ସେହିପରି ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି।