ରାୟଗଡ଼ା,ଏନ୍ଏନ୍ଏସ୍: ସୀମାନ୍ତରେ ବସବାସ କରୁଥିବା ଆବାହମାନକାଳର ବାସିନ୍ଦାଙ୍କ ମୁହଁରେ ପଶୁନି ଓଡ଼ିଆ ଭାଷା। ୮୦ ପ୍ରତିଶତ ସୀମାନ୍ତବାସୀଙ୍କ ଓଡ଼ିଆ ପରିବର୍ତ୍ତେ ତେଲୁଗୁ ପାଲଟିଛି ମାତୃଭାଷା । ଯେଉଁ କିଛି ଲୋକ ଓଡ଼ିଆ କହୁଛନ୍ତି ତାହା ପୁଣି ଆକ୍ଷରିକ ନୁହେଁ ଭଙ୍ଗ ଓଡ଼ିଆ। କେବଳ ଭାଷା ନୁହେଁ ଜୀବନଜୀବିକା ସହ ଜୀବନସାଥୀ ବାଛିବା ପାଇଁ ସୀମାନ୍ତବାସୀଙ୍କ ପାଇଁ ଆନ୍ଧ୍ର ପାଲଟିଛି ଏକମାତ୍ର ଭରସା। ଏଭଳି ଚିତ୍ର ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ଗୋଟିଏ କି ଦୁଇଟି ଗାଁର ନୁହଁ । କହିବାକୁ ଗଲେ ସରକାରଙ୍କ ଦ୍ୱାରା ଚିହ୍ନଟ ସୀମାନ୍ତର ୬୧ ଟି ଗାଁରେ ଏକାସ୍ଥିତି । ଓଡ଼ିଶର ଏଭଳି ଅନେକ ଗାଁ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ଆନ୍ଧ୍ର କବଜରେ ରହିଥିବାବେଳେ ଡେରିରେ ସରକାରଙ୍କ ନିଦ ଭାଙ୍ଗିଛି। କିନ୍ତୁ ତୃଣମୂଳ ଚିତ୍ର କିନ୍ତୁ ସମ୍ପୂର୍ଣ ଭିନ୍ନ । କ’ଣ ରହିଛି ଗ୍ରାଉଣ୍ଡ ଜିରୋର ପ୍ରକୃତ ଦୃଶ୍ୟ ତାକୁ ପରିଖିବା ପାଇଁ ଆମେ ପହଞ୍ଚି ଥିଲୁ ଦୁଇଟି ଅଲଗ ଅଲଗା ଦିଗରେ ଥିବା ସାନଲୁକୁଟି ଏବଂ ଆନିଜା ଗାଁରେ । ଉଭୟ ଗାଁର ଚିତ୍ର ସ୍ପଷ୍ଟ ବୟାନ କରୁଥିଲା ସ୍ୱାଧିନତାର ଦୀର୍ଘ ୭୦ ପରେ ମଧ୍ୟ କେତେ ଅବହେଳିତ ଏମାନେ। ଯଦିଓ ସାନଲୁକୁଟି ଗାଁକୁ ସଂଯୋଗ କରିବା ପାଇଁ ଆନ୍ଧ୍ର ସରକାର ବ୍ରିଜ ଏବଂ ରାସ୍ତା ନିର୍ମାଣ କରୁଛନ୍ତି ତେବେ ସ୍ଥାନୀୟ ଲୋକେ ବିରୋଧ କରୁନାହାନ୍ତି କାହିଁକି।
