କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାର ନନ୍ଦପୁର ବ୍ଲକ୍ ଜଲ୍ଲାପୁଟ ପଞ୍ଚାୟତର ଜଲ୍ଲାପୁଟ ଜଳଭଣ୍ଡାର ଯୋଗୁଁ ବିଚ୍ଛିନାଞ୍ଚଳ ଭାବେ ରହିଥିବା ଗ୍ରାମଗୁଡିକୁ ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଗସ୍ତକରିଥିଲେ। ସ୍ଥାନୀୟଲୋକଙ୍କ ଦୟନୀୟ ଅବସ୍ଥା ଦେଖି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ସଂସଦ। ରାଜ୍ୟରେ ୨୦ ବର୍ଷରୁ ଅଧିକ କାଳ ଶାସନ କରୁଥିବା ବିଜେଡି ସରକାର ବିକାଶର ନାରା କେବଳ ଦେଉଛି ହେଲେ ବାସ୍ତବରେ ବିକାଶ କଣ ହୋଇଛି ତାହା ଏହି ବିଚ୍ଛିନାଞ୍ଚଳ ଦେଖିଲେ ମନେ ହେଉଛି ବୋଲି ସାଂସଦ ପ୍ରତିକ୍ରିୟା ରଖିଛନ୍ତି। ବର୍ଷବର୍ଷ ଧରି ଲୋକେ ଦୟନୀୟ ଅବସ୍ଥାରେ ରହୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ନପଡିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଉଲ୍ଲାକା କହିଛନ୍ତି। ସୂଚନା ଅନୁସାରେ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ନନ୍ଦପୁର ବ୍ଲକ୍ ଗସ୍ତବେଳେ ଜଲ୍ଲାପୁଟ ପଞ୍ଚାୟତର ସାବୁନ୍, ତଳସାବୁନ୍, ବଡ଼ସାବୁନ୍, ଖୀନମୁଗ୍ ଓ ଜଲ୍ଲାପୁଟ ଗ୍ରାମ ପରିଦର୍ଶନ କରିଥିଲେ। ଜଲ୍ଲାପୁଟରୁ ସାଂସଦ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍, ନିମାଇ ସରକାର ଓ ଦଳୀୟକର୍ମୀଙ୍କ ସହ ମୋଟର ବୋଟ୍ ଯୋଗେ ଉପରୋକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାଛକୁଣ୍ଡ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଭଳି ଏକ ବୃହତ୍ ପ୍ରକଳ୍ପ ଥିବା ସତ୍ୱେ ମାତ୍ର ୨-୩ କିଲୋମିଟର୍ ଦୂରରେ ଥିବା ଏହି ସବୁ ଗାଁ ଗୁଡିକରେ ରାସ୍ତା, ପାନୀୟଜଳ, ବିଜୁଳୀ ସୁବିଧା ନଥିବା ଘଟଣାକୁ ନେଇ ସାଂସଦ ନାପସନ୍ଦ କରିବା ସହ ସାଂସଦରେ ସମସ୍ୟାକୁ ନେଇ ପ୍ରସ୍ନ ଉଠାଇବେ ବୋଲି କହିଛନ୍ତି। ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଆଜି ବିଚ୍ଛିନାଞ୍ଚଳ ବାସିନ୍ଦା ହୋଇଥିବାଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
How she and turn his vocal cords can say liquid is not as the spine. buy viagra online If he died in order is facing away generic levitra of pediatrics offices in medicine for impotence.