Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବସ ଧକ୍କାରେ ଯୁବକ ଗୁରୁତର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବସ ଧକ୍କାରେ ଯୁବକ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଦେବଗଡ଼ ଥାନା ଅନ୍ତର୍ଗତ ବଳମ-ଟୁସୁଳା ରାସ୍ତାର ତାଳଖଳି ଗ୍ରାମ ନିକଟରେ ଏକ ବସ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ରୁକୁଡା ଗ୍ରାମର ନିତ୍ୟାନନ୍ଦ ଧରୁଆ (୩୭) ଟୁସୁଳା ପଟୁ ଏକ ବାଇକ(ଓଡି-୩୫-୫୭୬୮) ଯୋଗେ ଦନ୍ତାରୀବାହାଳ ଆଡକୁ ଯାଉଥିଲେ। ଏହି ସମୟରେ ବଳମ ପଟୁ ଟୁସୁଳା ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ବସ (ଓଡି-୨୮-୧୩୮୮) ତାଳଖଳି ଗ୍ରାମ ନିକଟରେ ତାଙ୍କୁ ଆଗ ପଟୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ନିତ୍ୟାନନ୍ଦ ଗୁରୁତର ଆହତ ହୋଇଥିଲେ।

ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ନିତ୍ୟାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି। ଦୁର୍ଘଟଣା ଗ୍ରସ୍ତ ବାଇକଟି ବସ ତଳେ ଚାପିହୋଇ ରହିଥିବା ବେଳେ ବସର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।