ରାୟଗଡ଼ା,ଏନ୍ଏନ୍ଏସ୍: କୋଟିଆ ପରେ ଏବେ ଆନ୍ଧ୍ରର ନଜର ପଡ଼ିଛି ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ସାନଲୁକୁଟି ଗାଁ ଉପରେ। ଆନ୍ଧ୍ର ସରକାର ଓଡ଼ିଶାର ସୀମାରେ ବ୍ରିଜ ଏବଂ ରାସ୍ତା ନିର୍ମାଣ କାମ ଆରମ୍ଭ କରିଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ୍ ଅନ୍ତର୍ଗତ ବୈରାଗୀହଲୁଆ ପଞ୍ଚାୟତର ସାନଲୁକୁଟି ଗାଁରେ। ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଥିବା ଏହି ଗାଁ ଉପରେ ଆନ୍ଧ୍ରର ପଡ଼ିଛି ନଜର। ଏହି ଗାଁର ମାତ୍ର ୫୦୦ ମିଟର ଦୂରରେ ଆରମ୍ଭ ହେଉଛି ଆନ୍ଧ୍ରର ସୀମା। ସୀମା ଆରପଟେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ ବୀରପାଡ଼ୁ ପଞ୍ଚାୟତର ଲଡ଼ା ନାମକ ଗାଁ ରହିଛି। ଏହି ଗାଁକୁ ଯିବାକୁ ହେଲେ ଆନ୍ଧ୍ରା ପଟୁ କୌଣସି ରାସ୍ତା ନାହିଁ। ଏହି ଦୁଇ ଗାଁ ମଧ୍ୟରେ ବହିଯାଉଥିବା ନାଳହିଁ ଏହି ଆନ୍ଧ୍ର ଓଡ଼ିଶାର ସୀମା। ହେଲେ ଓଡ଼ିଶାର ବିନା ଅନୁମତିରେ ଆନ୍ଧ୍ର ସରକାର ଏହି ନାଳ ଉପରେ ବ୍ରିଜ ସହ ସାନଲୁକୁଟି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ କରୁଛନ୍ତି।
