ଓଭରବ୍ରିଜରୁ ଖସି ବସ୍ ଉପରେ ପଡ଼ିଲା ଟ୍ରକ୍

କେନ୍ଦୁଝର,ଏନ୍ଏନ୍ଏସ୍: ଆଜି କେନ୍ଦୁଝରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଉପରକୁ ଖସିପଡ଼ିଲା ଟ୍ରକ୍। କେନ୍ଦୁଝର ଆନନ୍ଦପୁର ଶାଳପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ପଦ୍ମାବତୀ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଓଭରବ୍ରିଜରେ ଯାଉଥିବା ଏକ ଟ୍ରକ୍ ତଳକୁ ଖସି ବସ୍ ଉପରେ ପଡ଼ିଛି। ବସ୍ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ବିପତ୍ତି ଟଳିଯାଇଛି।

ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇନଥିବା ଜଣାପଡ଼ିଛି। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଅଟକ ରଖିଛି। କେଉଁ ପରିସ୍ଥିତିରେ ଟ୍ରକଟି ଓଭରବ୍ରିଜ ତଳକୁ ଖସିଆସିଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।