ବାଇକ୍ ଧକ୍କାରେ ମହିଳା ମୃତ

କୋଟପାଡ଼,ଏନ୍ଏନ୍ଏସ୍: ୬୩ ନଂ ଜାତୀୟ ରାଜପଥର କୋଟପାଡ଼ ଥାନା ଢାମଣାହାଣ୍ଡି ନିକଟରେ ବାଇକ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ କୋଟପାଡ଼ ଗାନ୍ଧି ନଗରର ମନ୍ଦାଗିନୀ ଭତ୍ରା(୩୫)। ମନ୍ଦାଗିନୀ ଢାମଣାହାଣ୍ଡିରୁ କୋଟପାଡ଼ ଆସିବା ଲାଗି ରାସ୍ତା କଡ଼ରେ ଛିଡ଼ା ହୋଇଥିବାବେଳେ ଏକ ବାଇକ୍ ଧକ୍କା ଦେଇ ଚାଲିଯାଇଥିଲା। ମନ୍ଦାଗିନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ କିଛି ସମୟ ପାଇଁ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ କୋଟପାଡ଼ ତହସିଲଦାର ଓ ପୁଲିସ୍ ପହଂଚି ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ।