ନିଶାସକ୍ତ ଅବସ୍ଥାରେ ମା’କୁ କଟୁରିରେ ହାଣି ମାରିଦେଲା ପୁଅ

ବାଲେଶ୍ଵର,ଏନ୍ଏନ୍ଏସ୍: ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ନିଜ ମା’କୁ କଟୁରିରେ ହାଣି ମାରିଦେଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧୀନ ମିରିପୁରଖଇରା ଗ୍ରାମରେ।

ଘଟଣାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ମିରିପୁରଖଇରା ଗ୍ରାମର ରଘୁନାଥ ଶିଅଳଙ୍କ ପୁଅ ଜଗବନ୍ଧୁ ଶିଅଳ ନିଶାସକ୍ତ ଅବସ୍ଥାରେ ନିଜ ମା’ ମଣି ଶିଅଳକୁ ଏକ ଧାରୁଆ କଟୁରିରେ ହାଣିଦେଇଥିଲା। ଫଳରେ ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିଲା। ଆଜି ସକାଳେ ପରିବାର ଲୋକେ ଜାଣିବା ପରେ ଖଇରା ଥାନାକୁ ଖବର ଦେଇଥିଲେ। ଖବରପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି। ସୂଚନା ଥାଉକି ଜଗବନ୍ଧୁ ଗତକାଲି ବାପା ଏବଂ ଭଉଣୀକୁ ମାଡ଼ ମାରିଥିଲା ଫଳରେ ସେମାନେ ଭୟରେ ଘରୁ ପଳାଇ ଯାଇଥିଲେ। ପରେ ଜଗବନ୍ଧୁ ନିଜ ମା’କୁ ହତ୍ୟା କରିଥିଲା।