କୋରାପୁଟ,ଏନ୍ଏନ୍ଏସ୍: ଆନ୍ଧ୍ର ପ୍ରଦେଶ ସରକାର ଦ୍ୱାରା ବେଆଇନ୍ ଭାବେ ବିବାଦୀୟ ଅଞ୍ଚଳରେ ଶନିବାର କରାଯାଇଥିବା ପଞ୍ଚାୟତ ନିର୍ବାଚନରେ ମାଳତି ହିରେକା ଫାଟୁସିନେରୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ମାଳତୀ ତାଙ୍କ ପ୍ରତିଦ୍ୱନ୍ଦୀ ସୀମାଞ୍ଚଳ ଦୋରାଙ୍କଠାରୁ ୨୯୫ଟି ଭୋଟ୍ ଅଧିକ ପାଇ ବିଜୟୀ ହୋଇଥିବା ଜଣାପଡ଼ିଛି। ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ଦ୍ୱାରା ୩ଟି ପଞ୍ଚାୟତ ଗଠିତ ହୋଇଥିବା ବେଳେ ଓଡ଼ିଶାର ୫ ଓ ଆନ୍ଧ୍ର ଅଧୀନରେ ଥିବା ୨ଟି ଗାଁକୁ ନେଇ ଫାଟୁସିନେରୀ ପଞ୍ଚାୟତ ଗଠନ କରାଯାଇଛି। ଫାଟୁସିନେରୀ ପଞ୍ଚାୟତରେ ୫୪୦ ମହିଳାଙ୍କ ସମେତ ୧୦୨୫ ଜଣ ଭୋଟର ଥିବାବେଳେ ଶନିବାର ଅନୁଷ୍ଠିତ ନିର୍ବାଚନରେ ୩୦୯ଜଣ ପୁରୁଷ ଓ ୩୦୬ଜଣ ମହିଳା ମତଦାନ କରିଥିଲେ। ଭୋଟ ଗଣତି ପରେ ଓଡ଼ିଶାର ମାଳତୀ ହିରେକା ଆନ୍ଧ୍ରର ସୀମାଞ୍ଚଳ ଦୋରାଙ୍କଠାରୁ ଅଧିକ ୨୯୫ଟି ଭୋଟ ପାଇଁ ବିଜୟୀ ହୋଇଥିବା ଜଣାପଡ଼ିଛି।