ମଣ୍ଡିରେ ପଡ଼ିରହିଛି ୨ ଲକ୍ଷ ୬୦ ହଜାର ବସ୍ତା ଧାନ

ନୂଆପଡ଼ା,ଏନ୍ଏନ୍ଏସ୍: ଜିଲ୍ଲାରେ ମଣ୍ଡି ଆରମ୍ଭ ହେବା ଦିନଠାରୁ ଚାଷୀଙ୍କ ସମସ୍ୟା ଲାଗି ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସମସ୍ୟାର ସାମଧାନ ହୋଇପାରିନାହିଁ। ମଣ୍ଡିଗୁଡ଼ିକ ବନ୍ଦ ହେବାର ସମୟ ହୋଇଯାଇଥିଲେ ମଧ୍ୟ ଚାଷୀଙ୍କ ଧାନ ମଣ୍ଡିରୁ ଉଠିପାରୁନାହିଁ । ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୬୦ ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି । ପଞ୍ଜିକୃତ ୨୮୦୦ ଜଣ ଚାଷୀଙ୍କ ଟୋକନ ବାତିଲ ହୋଇଛି । ବେଳଟୁକୁରି ପେକ୍ସର ୩୦୧ ଜଣ ଚାଷୀଙ୍କ ୩୨ହଜାର ୪ଶହ ବସ୍ତା ଧାନ, ଭେକା ପେକ୍ସରେ ୨୭୪ ଜଣ ଚାଷୀଙ୍କ ୪୧ ହଜାର ୧୭୩ ବସ୍ତା ଧାନ, ଦରଲିମୁଣ୍ଡା ପେକ୍ସରେ ୩୬୯ ଜଣ ଚାଷୀଙ୍କ ୪୭ ହଜାର ୨୦୫ ବସ୍ତା, କୋମନା ପେକ୍ସ ୧୩୩ଜଣ ଚାଷୀଙ୍କ ୧୮ ହଜାର ୧୮୯ ବସ୍ତା ଧାନ, ଖରିଆର ରୋଡ଼ ପେକ୍ସ ଠାରେ ୧୩୩ ଜଣ ଚାଷୀଙ୍କ ୨୫ ହଜାର ବସ୍ତା ଧାନ ମଣ୍ଡିରେ ପଡିରହିଛି । ସେହିଭଳି ଜିଲ୍ଲାରେ ୨ ଲକ୍ଷ ୬୦ ହଜାର ବସ୍ତା ଧାନ ମଣ୍ଡିରେ ପଡିରହିଛି । ପଞ୍ଜିକୃତ ଟୋକନ ବାତିଲ ହୋଇଛି । ଚାଷୀମାନେ ଟୋକନକୁ ରିଲିଜ କରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଟୋକନ ଆସିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଚଳିତବର୍ଷ ଖରିଫ ସିଜିନ ବେଳେ ୩୩ ହଜାର ୭୪୧ ଜଣ ଚାଷୀ ପଞ୍ଜିକୃତ କରିଥିଲେ । ହେଲେ ଆଜି ସୁଦ୍ଧା ୨୫ ହଜାର ୮୪୮ଜଣ ଚାଷୀଙ୍କ ଠାରୁ ୧୫ ଲକ୍ଷ ୭୫୨,୭୬ କ୍ୱିଣ୍ଟାଲ ଧାନ ଯୋଗାଣ ବିଭାଗ କିଣିଥିବା ଜଣାପଡ଼ିଛି।