ବଲାଙ୍ଗୀର,ଏନ୍ଏନ୍ଏସ୍: ବଲାଙ୍ଗୀର ବନ ବିଭାଗରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବିକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର କେଶବଙ୍କ ଘରେ ଭିଜିଲାନ୍ସର ୫ଟି ଟିମ୍ ଏକା ସାଙ୍ଗେ ଚଢ଼ଉ କରୁଛି । ଡେପୁଟି ରେଞ୍ଜରଙ୍କ ଅଫିସ, ଭଡ଼ା ଘର, ଇନ୍ଦିରା ନଗର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି । ବରଗଡ଼, ସୋନପୁର , ସମ୍ବଲପୁର ଓ ବଲାଙ୍ଗୀର ଟିମ୍ ଚଢ଼ଉରେ ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେଶବଙ୍କ ଘରୁ ନଗଦ ଟଙ୍କା ଓ ସୁନା ସହ ବିଭିନ୍ନ ଜରୁରୀ କାଗଜ ପତ୍ର ଜବତ ହୋଇଥିବାର ସୂଚନା ମିଳିଛି ।