ରାଜ୍ୟରେ ଆଉ ୯୫ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩, ୩୫, ୯୮୪କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୬ଜଣ ଓ ସ୍ଥାନୀୟ ସଂକ୍ରମଣ ୩୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୫ ହଜାର ୯୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୦, କଟକରୁ ୧୧, ପୁରୀରୁ ୯, ଅନୁଗୁଳରୁ ୮, ସମ୍ବଲପୁରରୁ ୭, ନୂଆପଡ଼ା, ଦେଓଗଡ଼ ଓ କେଉଁଝରରୁ ୫ ଲେଖାଏଁ, ଖୋର୍ଦ୍ଧା ଓ ବରଗଡ଼ରୁ ୪ ଲେଖାଏଁ, ମୟୁରଭଞ୍ଜରୁ ୩, ବାଲେଶ୍ୱର, ବୌଦ୍ଧ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡିରୁ ୨ ଲେଖାଏଁ, ବଲାଙ୍ଗିର, ଗଞ୍ଜାମ, କୋରାପୁଟରୁ ଜଣେ ଲେଖାଏଁ ଓ ଷ୍ଟେଟ ପୋଲରୁ ଜଣେ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୯ଲକ୍ଷ ୫୫ହଜାର ୯୧୭ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୫ ହଜାର ୯୮୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୨୨୦ ଜଣ ସୁସ୍ଥ ହୋଇଛନ୍ତି, ୧୯୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୦୧ ଜଣ ଚିକିତ୍ସିତ ହେଉଛନ୍ତି।