ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବନହରପାଲି ଇବ ଥର୍ମାଲସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ର ୟୁନିଟ-୧ ମରାମତି ପରେ ଆଜି ପୁଣି କାର୍ଯ୍ୟକ୍ଷମ ହୋଇଛି। ୟୁନିଟ-୧ର ବଏଲର ଟ୍ୟୁବରେ ହୋଇଥିବା ଲିକେଜର ମରାମତି ପାଇଁ ଏହାକୁ ଗତ ୬ ତାରିଖ ଅପରାହ୍ଣ ୧୨ଟା ୪୫ରୁ ବନ୍ଦ କରାଯାଇଥିଲା। ଫଳରେ ପ୍ରତିଦିନ ୟୁନିଟ-୧ରୁ ଉତ୍ପାଦିତ ହେଉଥିବା ୨୧୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ବ୍ୟହତ ହୋଇଥିଲା। ତେବେ ସୋମବାର ରାତି ୧୨ଟା ୧୭ ମିନିଟରେ ବଏଲର ଟ୍ୟୁବର ଲିକେଜ ମରାମତି ପରେ ଏହା ପୁନଶ୍ଚ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇଥିବା ଓପିଜିସି କର୍ତୃପକ୍ଷ ସୂଚନା ଦେଇଛନ୍ତି।