ମାଟ୍ରିକ ଫର୍ମ ପୂରଣ ଅବଧି ୨ ଦିନ ବଢ଼ିଲା

କଟକ,ଏନ୍ଏନ୍ଏସ୍: ମାଟ୍ରିକ ଫର୍ମ ପୂରଣ ଅବଧି ୨ ଦିନ ବଢ଼ିଯାଇଛି। ଫଳରେ ପିଲାମାନେ ୧୨ ତାରିଖ ମଧ୍ୟରାତ୍ର ଯାଏ ଫର୍ମ ପୂରଣ କରିପାରିବେ। ଯଦି ପିଲାମନେ ଫର୍ମ ପୂରଣ କରିନଥାନ୍ତି ତେବେ ବିଦ୍ୟାଳୟର ମୁଖ୍ୟ ଫର୍ମ ପୂରଣ କରିପାରିବେ। ଅବଧି ବୃଦ୍ଧି ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।