ଚେନ୍ନାଇ: ଇଂଲଣ୍ଡ ବିରୋଧରେ ଚେନ୍ନାଇରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ସ୍ପିନ୍ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନ ଇତିହାସ ରଚିଛନ୍ତି। ଇଂଲଣ୍ଡର ଦ୍ୱିତୀୟ ପାଳିରେ ଅଶ୍ୱିନ ତାଙ୍କ ପ୍ରଥମ ବଲରେ ୱିକେଟ ନେବାରେ ସଫଳ ହୋଇଛନ୍ତି। ଏପରି ୧୧୪ ବର୍ଷ ହେବ କେହି ବି କରିପାରି ନଥିଲେ।
ରୋରୀ ବୋନ୍ସଙ୍କୁ ସ୍ଲିପରେ ଅଜିଙ୍କ ରହାଣେ ହାଥରେ ଅଶ୍ୱିନୀ କ୍ୟାଚ୍ ଆଉଟ୍ କରିଛନ୍ତି। ଏଥିସହିତ ଅଶ୍ୱିନୀ କୌଣସି ଟେଷ୍ଟ ମ୍ୟାଚର ପ୍ରଥମ ବୋଲରେ ୱିକେଟ ନେବାରେ ତୃତୀୟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି।
ସୂଚନାଯୋଗ୍ୟ, ଅଶ୍ୱିନୀ ଟେଷ୍ଟ କ୍ରିକେଟର ୧୧୪ ବର୍ଷ ପରେ ଏହି ରେକର୍ଡ ହାସଲ କରିଛନ୍ତି। ଏହାପୂର୍ବରୁ ୧୮୮୮ରେ ବୋବୀ ପଲ୍ ଓ ୧୯୦୭ରେ ବୋର୍ଟ ବ୍ଲଗର ଏହି କାରନାମା କରିଥିଲେ।