ରାୟଗଡ଼,ଏନ୍ଏନ୍ଏସ୍: ରାୟଗଡ଼ା ସିଆରପିଏଫ ୪ର୍ଥ ବାଟାଲିୟନ ତରଫରୁ ରାୟଗଡ଼ା-ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ଏକ ଜନସମ୍ପର୍କ ଶିବିର ସହ କୌଶଳ ବିକାଶ କାର୍ଯ୍ୟକ୍ରମ କରାଯାଇଛି। କୌଶଳ ବିକାଶ କାର୍ଯ୍ୟକ୍ରମରେ ଗ୍ରାମର ମହିଳା ଓ ଯୁବତୀମାନଙ୍କୁ ଏକ ମାସ ଧରି ସିଲେଇ ପ୍ରଶିକ୍ଷଣ ଦିଆଯିବ। ସିଆରପିଏଫ ୪ର୍ଥ ବାଟାଲିୟନ କମାଣ୍ଡାଣ୍ଟ ମନୋଜ କୁମାର ଯାଦବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
