ମାହାଙ୍ଗା ଡବଲ ମର୍ଡର : ମୋଷ୍ଟ ୱାେଣ୍ଟେଡ ପ୍ରଫୁଲ୍ଲଙ୍କ ଶୋଚନୀୟ ମୃତ୍ୟୁ

କୁଆଁପାଳ,ଏନ୍ଏନ୍ଏସ୍: ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ବ୍ୟକ୍ତିର ଶୋଚନୀୟ ମୃତ୍ୟୁ ଘଟିଛି। ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଏବଂ ବିକାଶ ଜେନା ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ପ୍ରଫୁଲ ବିଶ୍ୱାଳ ଓରଫ କାବୁଆ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଟାଙ୍ଗୀ ଥାନା ବଇଚୁଆଁ ନୂଆ ଟୋଲଗେଟ ପାଖରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ପୁଲିସ ଜଣଙ୍କର ଶବ ଜବତ କରିଥିଲା। ଆଉ ସେହି ଶବଟି ପ୍ରଫୁଲ ବିଶ୍ୱାଳଙ୍କର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଗତ ଜାନୁଆରୀ ୧ ତାରିଖରେ ହତ୍ୟା କରାଯାଇଥିଲା। ଏହାର ୨ ବର୍ଷ ପୂର୍ବରୁ ସେହି ନୃତାଙ୍ଗ ପଞ୍ଚାୟତରେ ବିକାଶ ଜେନାଙ୍କୁ ଅନୁରୂପ ଢଙ୍ଗରେ ହତ୍ୟା କରାଯାଇଥିଲା। ଏହି ୩ଟି ଘଟଣାରେ ପ୍ରଫୁଲ ଅଭିଯୁକ୍ତ ଥିଲେ। ପୂର୍ବରୁ ବିକାଶ ଜେନା ହତ୍ୟାକାଣ୍ଡରେ ପ୍ରଫୁଲ୍ଲଙ୍କ ବାପା ନିରଞ୍ଜନ ବିଶ୍ୱାଳ ଗିରଫ ହୋଇ ଜେଲରେ ଅଛନ୍ତି। ପ୍ରଫୁଲ୍ଲର ଭାଇ ପ୍ରମୋଦ ଡବଲ ମର୍ଡର ମାମଲାରେ ଆତ୍ମସମର୍ପଣ କରିସାରିଛନ୍ତି। ଏହା ଭିତର ସେହି ଡବଲ ମର୍ଡର ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିସାରିଥିଲେ ମଧ୍ୟ ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ ପାଖରେ ପହଞ୍ଚି ପାରୁନଥିଲା। ବିଜେପି ଏହି ଘଟଣାକୁ ନେଇ ଜୋରଦାର ଆନ୍ଦାଳନ କରିଥିଲା। ଶେଷରେ ମୋଷ୍ଟ ୱାଣ୍ଟେଡ ପ୍ରଫୁଲର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ପ୍ରଫୁଲ କେଉଁଠି ଥିଲା ଓ କୁଆଡ଼େ ଯାଉଥିଲା ପୁଲିସ ଛାନଭିନ୍ ଆରମ୍ଭ କରିଛି।