କୋଲକାତା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଟି ଲାଗି ଜନ ସମର୍ଥନ ଜୁଟାଇବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଅବସରରେ ସେ ମାଲଦାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି।
ନଡ୍ଡା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆଜି ବଙ୍ଗଳାର ପାଖାପଖି ୨୫ଲକ୍ଷ କୃଷକ କେନ୍ଦ୍ର ସରକାରଙ୍କ ପିଏମ୍ କୃଷକ ସମ୍ମାନ ନିଧି ଯୋଜନା ଲାଗି ଦରଖାସ୍ତ ଦେଇଛନ୍ତି। ଏଭଳି ସ୍ଥିତିରେ ମମତା ଜୀ କହୁଛନ୍ତି କି ମୁଁ ବି ଯୋଜନା ଲାଗୁ କରିବି। ମମତା ଜୀ ନିର୍ବାଚନ ଆସିଗଲାଣି। ଏବେ ଏସବୁର କୌଣସି ସୁଫଳ ମିଳିବ ନାହିଁ।
ନଡ୍ଡା ଆଗକୁ ଆହୁରି କହିଛନ୍ତି ଯେ, ‘ଜୟ ଶ୍ରୀ ରାମ ନାରା ଯୋଗୁ ଦୀଦୀ କାହିଁକି କ୍ରୋଧାନ୍ୱିତ ହୋଇଥାନ୍ତି? ବଙ୍ଗଳା ଦୀଦୀଙ୍କୁ ବାୟ-ବାୟ କରିବା ପାଇଁ ମନ ବଳେଇ ସାରିଲେଣି।’