ଝାରସୁଗୁଡ଼ା,ବ୍ରଜରାଜନଗର,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଅଣ୍ଡାଛକରେ ଥିବା ୬ଟି ଦୋକାନରୁ ଗୁରୁବାର ରାତିରେ ଚୋରି ହୋଇଛି। ଦୁର୍ବୁତ୍ତମାନେ ଜଗବନ୍ଧୁ କବିଙ୍କ ରାସନ ଦୋକାନର ତାଲା ଭାଙ୍ଗି ଓ ରାଜକୁମାର ରୋହିଦାସଙ୍କ ଚପଲ ଦୋକାନର ଆଜବେଷ୍ଟସ ଭାଙ୍ଗି ଚୋରି କରିଛନ୍ତି । ସେହିପରି ତ୍ରିଲୋଚନ ଦାସଙ୍କ ହୋଟେଲ, ପଦ୍ମଲୋଚନ ସାହୁଙ୍କ ପାନ ଦୋକାନ, ଶୈଳେଶ ପ୍ରାସଦଙ୍କ କୁକୁଡା ଦୋକାନ, ଶିବ ହୋଟେଲରୁ ଚୋରି ହୋଇଛି। ଆଜି ସକାଳେ ଦୋକାନରୁ ଚୋରି ହୋଇଥିବା ଦେଖି ଦୋକାନ ମାଲିକମାନେ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ପୁଲିସ ଏକ ମାମାଲ ରୁଜୁ କରିବା ସହ ବ୍ରଜରାଜନଗର ଥାନା ଅଧିକାରୀ ଲଳିତା ମୋଦୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବ୍ରଜରାଜନଗରର ମାର୍କେଟ ଅଞ୍ଚଳରୁ ରାତାରାତି ୬ଟି ଦୋକାନରୁ ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିିଥିବାବେଳେ ବ୍ରଜରାଜନଗର ବିଭିନ୍ନ ଅଞ୍ଚଳରେ ପୁଲିସ ପକ୍ଷରୁ କଡ଼ାକଡ଼ି ଭାବେ ପେଟ୍ରୋଲିଂ କରାଯାଉ ବୋଲି ଲୋକେ ଦାବି କରିଛନ୍ତି।