ଫରେଷ୍ଟରଙ୍କ ଘରେ ଭିଜିଲାନ୍ସର ଚଢ଼ଉ

ସମ୍ବଲପୁର,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁରର ବିନିକା ରେଞ୍ଜ ଅଫିସର ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଆଜି ଭିଜିଲାନ୍ସ ରେଡ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ହୋଇଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକା ସାଙ୍ଗରେ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି।

ସୋନପୁର ଜିଲ୍ଲାର ଶାନ୍ତିପଡ଼ା ସ୍ଥିତ ବାସଭବନ, ସୋନପୁର ସହର ସ୍ଥିତ ବାସଭବନ ଓ ତାଙ୍କ ଅଫିସରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ପାଇଁ ସମ୍ବଲପୁର ଭିଜିଲାନ୍ସର ସ୍ପେଶାଲ ଜଜ୍ ୱାରେଣ୍ଟ ଜାରି କରିଥିଲେ। ତେବେ ଚଢ଼ଉ ଜାରି ରହିଥିବାରୁ ସବିଶେଷ ତଥ୍ୟ ହାସଲ ହୋଇପାରି ନାହିଁ।