୨୦ କୋଇଲା ବୋଝେଇ ଟିପର ଅଟକ, ବୀମା ନଥିବା ୯ ଗାଡିକୁ ୧୮ ହଜାର ଜୋରିମାନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ଓ ବିଓସିଏମ୍ କୋଇଲା ଖଣିରୁ କୋଇଲା ପରିବହନରେ ଅନିୟମିତତା, ଟ୍ରାଫିକ ନିୟମ ଉଲ୍ଲଂଘନ ଆଦିକୁ ରୋକିବା ପାଇଁ ବ୍ରଜରାଜନଗର ପୁିଲସ ଛାନଭିନ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଖଣିଗୁଡିକରୁ କୋଇଲା ନେଇ ଯାଉଥିବା ୨୦ଟି ଟିପରକୁ ଗାନ୍ଧୀଛକ ନିକଟସ୍ଥ ୯ ନମ୍ବର ସାଇ ମନ୍ଦିର ରାସ୍ତାରେ ପୁଲିସ ଅଟକ ରଖିଛି। ଏହି ଟିପର ଗୁଡ଼ିକର ଓଭରଲୋଡ଼ିଙ୍ଗ, କେଉଁ ମାନର କୋଇଲା ଓ କେଉଁ ଠାକୁ କୋଇଲା ପରିବହନ କରାଯାଉଛି ତାହା ପୁଲିସ ଯାଞ୍ଚ କରିଛି।

ନିୟମ ଅନୁଯାୟୀ, ୧୫ ବର୍ଷରୁ ଅଧିକ ପୁରୁଣା ଟିପରଗୁଡ଼ିକରେ କୋଇଲା ପରିବହନ ନକରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଅଟକ ଥିବା କିଛି ଟିପରଗୁଡିକ ୧୯୮୩ରୁ ୧୯୮୫ ମଧ୍ୟରେ ପଞ୍ଜୀକରଣ ହୋଇଥିବାବେଳେ ୯ଟି ବିନା ଇନସ୍ୟୁରାନ୍ସରେ ଚଳାଚଳ କରୁଥିବା ଜଣାପଡ଼ିଛି। ଫଳରେ ବ୍ରଜରାଜନଗର ଏସଡ଼ିପିଓ ଦିଲ୍ଲୀପ ଦାସ ଆରଟିଓଙ୍କ ସହାୟତାରେ ଏହାର ଯାଞ୍ଚ କରି ଇନସ୍ୟୁରାନ୍ସ ନଥିବା ଟିପର ଗୁଡ଼ିକରୁ ୨ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛନ୍ତି। ଏହାସହ ୧୫ ବର୍ଷରୁ ଅଧିକା ଦିନ ହୋଇଥିବା ଟିପର ଯେପରି ବେନିୟମ ଭାବରେ ଚଳାଚଳ ନକରେ ସେଥିପ୍ରତି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।