କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜଙ୍ଗଲକୁ ଜନ୍ତୁ ଶିକାର ପାଇଁ ଯାଇଥିବା ବେଳେ ଗୁଳିକାଣ୍ଡରେ ଜଣେ ମୃତ। ଜୟପାଟଣା ବ୍ଲକ୍ କୁଲିଆମୁଣ୍ଡା ଜଙ୍ଗଲରେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ସବିଗୁଡା ଗାଁ’ର ସୁରେନ୍ଦ୍ର ରାଉତ। ପାଞ୍ଚ ଜଣ ମିଶି ଜଙ୍ଗଲକୁ ଶିକାର ପାଇଁ ଯାଇଥିବାବେଳେ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଅଘଟଣ ଘଟିଥିବା ମୃତକଙ୍କ ସାଥୀ ସୂଚନା ଦେଇଛନ୍ତି। ମୃତକଙ୍କ ମୁଣ୍ଡରେ ଗୁଳି ବାଜିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଜୟପାଟଣା ପୁଲିସକୁ ସୂଚନା ଦିଆଯାଇଛି।