ଆମାଜନର ସିଇଓ ପଦରୁ ଇସ୍ତଫା ଦେଲେ ଜେଫ୍ ବେଜୋସ, ଆଣ୍ଡି ଜେସୀଙ୍କୁ ମିଳିଲା ଦାୟିତ୍ୱ
ୱାଶିଂଟନ,ଏଜେନ୍ସି: ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଚଳିତ ବର୍ଷ ଶେଷ ସୁଦ୍ଧା ପଦ ଛାଡ଼ିବେ। ବେଜୋସ ଏକ ଚିଠି ଲେଖି ନିଜର କର୍ମଚାରୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି। ତାଙ୍କ ସ୍ଥାନରେ ଆମାଜନର ୱେବ୍ ହେଡ଼୍ ଆଣ୍ଡି ଜେସୀଙ୍କ ନାମ ଘୋଷଣା କରାଯାଇଛି।
ଜେଫ ବେଜୋସ ଚିଠିରେ ଲେଖିଛନ୍ତି ଯେ, ମୁଁ ଏହା ଘୋଷଣା କରି ଉତ୍ସାହିତ ଅଛି ଯେ, ଆମାଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବି ଏବଂ ଆଣ୍ଡି ଜେସୀ କମ୍ପାନୀର ନୂଆ ସିଇଓ ହେବେ।
